Latest Odisha News

BREAKING NEWS

ଅଧିନାୟକ ପ୍ରସଙ୍ଗ: ରୋହିତଙ୍କୁ ହଁ କହିବା ପାଇଁ ବାଧ୍ୟ କରିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା କିପରି ଅଧିନାୟକ ହେଲେ ସେ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ ଖୁଲାସା କରିଛନ୍ତି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷକଙ୍କ କହିବା ଅନୁସାରେ ରୋହିତ ୩ଟି ଯାକ ଫର୍ମାଟରେ ନିୟମିତ ଅଧିନାୟକ ହେବାକୁ ରାଜି ନ ଥିଲେ । ୨୦୨୧ରେ କୋହଲି ତାଙ୍କ ପଦ ଛାଡିବା ପରେ ଚୟନକମିଟି ସୀମିତ ଓଭର ବିଶିଷ୍ଟ ମୁକାବିଲା ପାଇଁ ଜଣଙ୍କୁ ଏବଂ ଟେଷ୍ଟ ପାଇଁ ଅନ୍ୟ ଜଣଙ୍କୁ ଅଧିନାୟକ କରିବା ପାଇଁ ଯୋଜନା କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ କୋହଲି ଟେଷ୍ଟ ଟିମ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଥିଲେ । ଗାଙ୍ଗୁଲି ଯେତେବେଳେ ରୋହିତଙ୍କୁ ପ୍ରସ୍ତୁତ ରହିବା ପାଇଁ କହିଲେ ସେ ମନା କରି ଦେଇଥିଲେ ।

୩ଟି ଯାକ ଫର୍ମାଟରେ ଖେଳିବା ନେଇ ମୁଁ ଚାପରେ ଅଛି ଆଉ ଅଧିକ ଦାୟିତ୍ୱ ନେଇପାରିବି ନାହିଁ । ଗାଙ୍ଗୁଲି କିନ୍ତୁ ତାଙ୍କୁ କହିଥିଲେ ତୁମକୁ ହଁ କହିବାକୁ ପଡିବ । ଆଉ କିଛି ବିକଳ୍ପ ନାହିଁ । ଅବଶ୍ୟ ଏହା ପରେ ରୋହିତ ତାଙ୍କ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଛନ୍ତି । ଚଳିତ ଦିନିକିଆ ବିଶ୍ୱକପରେ ଭାରତ ସେମିଫାଇନାଲରେ ପ୍ରବେଶ କରି ଚାମ୍ପିୟନ ହେବା ଆଶା ଉଜ୍ଜୀବୀତ କରିଛି । ରୋହିତ ମଧ୍ୟ ବ୍ୟାଟରେ ଭଲ କମାଲ କରୁଛନ୍ତି । ସେ ୮ ମ୍ୟାଚରେ ୪୪୨ ରନ ସଂଗ୍ରହ କରି ସାରିଛନ୍ତି ।

Comments are closed.