ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବି | ଆଉ ଆଜି ବାସ୍ତବତାରେ ସେଇଆ କଲେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ନେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖାଲି ସେତିକି ନୁହେ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ଓ ବିଜୁ ପରିବାରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ୍ । ତେବେ ଏକ ନିର୍ବାଚନ ପ୍ରଚାର ସଭାରେ ପାଣ୍ଡିଆନ୍ କହିଥିଲେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତାହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଆଉ ଆଜି ଶେଷରେ ସନ୍ନ୍ୟାସ ନେଇଛନ୍ତି ପାଣ୍ଡିଆନ |
ତେବେ ଚଳିତ ନିର୍ବାଚନରେ ସାରା ଓଡିଶା ବାସୀ , ବିରୋଧୀ ଓ ଦଳୀୟ ନେତା ବିଜେଡିର ଶୋଚନୀୟ ପରାଜୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ | ଯାହା ପରେ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ୍ । ତେବେ ପୂର୍ବରୁ ଆଇଏଏସ ଚାକିରିରୁ ଅବସର ନେଇ ଗତବର୍ଷ ନଭେମ୍ବର ୨୭ରେ ବିଜେଡିରେ ଯୋଗ ଦେଇଥିଲେ ପାଣ୍ଡିଆନ। ଏହା ପରେ ଚଳିତ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଥିଲେ | ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ୨୪ ବର୍ଷ ନିରଙ୍କୁଶ ଶାସନ ପରେ ପରାଜୟର ସ୍ୱାଦ ଚାଖିଛି ବିଜେଡି | ଆଉ ଏହାକୁ ନେଇ ଆଜି ନିଜର ୮ ମାସର ରାଜନୀତି କ୍ୟାରିୟରରୁ ଅବସର ନେଇଛନ୍ତି ପାଣ୍ଡିଆନ |
BREAKING NEWS
- Fresh Infiltration Threat: ଆତଙ୍କବାଦୀ କରିପାରନ୍ତି ଅନୁପ୍ରବେଶ, ନୂତନ ଲଞ୍ଚିଂ ପ୍ୟାଡ୍ ହେଲା ସକ୍ରିୟ ; ସତର୍କ କଲା ଗୋଇନ୍ଦା ବିଭାଗ
- Fake Reports on Iran War: ସ୍ଥଗିତ ରହିବ ୪ ସପ୍ତାହ ପାଇଁ ନ୍ୟୁଜ୍ ଚ୍ୟାନେଲର TRP ରିପୋର୍ଟ; ଜାଣନ୍ତୁ କାରଣ
- ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଅନ୍ୟଜଣେ ଗୁରୁତର ଆହତ
- ଏଣିକି ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
- ରାଜସ୍ୱ ବିଭାଗରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ
- ରାଜଧାନୀରେ ଚାଞ୍ଚଲ୍ୟ, ଗୋଟିଏ ଦିନରେ ନିଖୋଜ ହେଲେ ୩ ନାବାଳକ-ନାବାଳିକା
- ଆସନ୍ତୁ ଜାଣିବା ସୁନୀଲ ଗାଭାସ୍କର କାହାକୁ କହିଲେ କ୍ରିକେଟିଂ ଜିନିୟସ
- ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ବିରୋଧରେ ନିୟମିତ ଯାଞ୍ଚ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ
- ଟି୨୦ ବିଶ୍ୱକପ: କିଏ ହେବ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ, ଆଇସିସି ଜାରୀ କଲା ଶର୍ଟଲିଷ୍ଟ
- Amit Shah: ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ: ଅମିତ ଶାହ
Comments are closed.