Latest Odisha News

BREAKING NEWS

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ଦଳ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମଥର ପ୍ରତିଦ୍ୱନ୍ଦ୍ୱୀତାକୁ ଓହ୍ଲାଇବ।

ଦଳରେ ଉପାଧ୍ୟକ୍ଷ ଭାବେ ଯୋଗଦେବା ଅବସରରେ ପୋନରାଜ କହିଛନ୍ତି, ସେ ରାଜନୈତିକ ଦଳଙ୍କ ସହ କାମ କରିବାକୁ ଆଗ୍ରହୀ ଥିଲେ । ହେଲେ ଏମିତି ଏକ ରାଜନୈତିକ ଦଳ ଯିଏ ଡା. କଲାମଙ୍କ ସ୍ୱପ୍ନକୁ ଆଗକୁ ନେଇ ଯିବାକୁ ଆଗ୍ରହୀ ଥିବ । ଆଜିର ଦିନରେ ଏଭଳି ରାଜନୈତିକ ଦଳର ପରିକଳ୍ପନା ଦେଶରେ ଅସମ୍ଭବ । ତେବେ ଏନେଇ କମଲ ହାସନ ତାଙ୍କ ସହ ଫୋନରେ ଆଲୋଚନା କରିବା ପରେ ସେ ଦଳରେ ଯୋଗ ଦେବାକୁ ତୁରନ୍ତ ରାଜି ହୋଇଯାଇଥିଲେ ବୋଲି କହିଛନ୍ତି । ଏମଏନଏମ ଆଗାମୀ ବିଧାନସଭା ନିର୍ବାଚନ ଲାଗି ନିଜର ରଣନୀତି ଘୋଷଣା କରିଛି । 

Leave A Reply

Your email address will not be published.