Latest Odisha News

BREAKING NEWS

ଶାହାରୁଖଙ୍କ ଟିଭି ଶୋ’ ଫୌଜି ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ

ମୁମ୍ବାଇ:ଶାହାରୁଖ ଖାଁଙ୍କ ପ୍ରଥମ ଟିଭି ଶୋ ଫୌଜିକୁ ଏବେ ୱେବସିରିଜ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ୧୩ ଅଧ୍ୟାୟ ବିଶିଷ୍ଟ ଏହି ସେନା କମାଣ୍ଡୋ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ସିରିୟଲ ୯୦ ଦଶକରେ ବେଶ୍ ଲୋକପ୍ରିୟ ହୋଇଥିଲା ।

ଶାହାରୁଖଙ୍କ ସମେତ ବିକ୍ରମ ଚୋପ୍ରା, ସଞ୍ଜୟ ତନେଜା ଓ ବିଶ୍ୱଜିତ ପ୍ରଧାନଙ୍କ ପରି ଅଭିନେତା ଏଥିରେ ଅଭିନୟ କରିଥିଲେ । ଟେଲିଭିଜନଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସଫଳତାର ଶିଖର ଛୁଇଁଥିବା ଶାହାରୁଖ ଏବେ ଓଟିଟିରେ ରାଜ କରିବାକୁ ଚାହୁଁଛନ୍ତି । ଶାହାରୁଖ ପ୍ରଶଂସକ ଏହି ଖବର ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.