Latest Odisha News

BREAKING NEWS

ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ

ବ୍ରହ୍ମପୁର: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ । ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍ ।

ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦୯୯୩୨୪ ନମ୍ବରକୁ ଫୋନ୍ କରି ଟିକାକରଣ ପାଇଁ ବୁକିଂ କରି ହେବ । ବୁକିଂ ପାଇଁ ନାଁ, ଘର ଠିକଣା ଓ ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ ।

ବୁକିଂର ପର ଦିନ ଘର ପାଖରେ ଯାଇ ପହଞ୍ଚିବା ଟିକା ଭ୍ୟାନ୍ । ପ୍ରତିଦିନ ଏହି ବ୍ୟବସ୍ଥାରେ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଟିକାକରଣକୁ ସହଜ ହେବା ସହ ଟିକାଦାନ କେନ୍ଦ୍ରରେ ଭିଡ଼କୁ ଏଡ଼ାଯାଇ ପାରିବ ।

Leave A Reply

Your email address will not be published.