Latest Odisha News

BREAKING NEWS

୨୪ ଘଣ୍ଟାରେ ରାଜ୍ୟରୁ ୧୦,୭୫୭ କରୋନା ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧ ହଜାର ୭୩୨।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ କ୍ବାରେନଣ୍ଟାଇନ ଓ ୪୭୩୩ ଲୋକାଲ କେସ୍ ରହିଛି। ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ପାଲଟିଛି କଟକ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୯୭୩ ପଜିଟିଭ୍ ବାହାରିଛନ୍ତି । ତା ତଳକୁ ଖୋର୍ଦ୍ଧାରୁ ୯୦୯ ଜଣ ସଂକ୍ରମିତ ହୋଇଛନ୍ତି।

ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ ଲକ୍ଷ ୨୨ହଜାର ୯୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ ଲକ୍ଷ ୧୪ ହଜାର ୫୩୨ ଆକ୍ରାନ୍ତ। ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୦୬ ହଜାର ୦୬୧।

Leave A Reply

Your email address will not be published.