Latest Odisha News

କଟକ ଜବହାରଲାଲ ନେହରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଡୋଜ୍ ଟିକାକରଣ ଶିବିର

କଟକ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟିକାକରଣ ଅଭିଯାନ ବି ଜୋରଦାର ହୋଇଛି । ଆଜିଠାରୁ କଟକରେ ଆରମ୍ଭରେ ହୋଇଛି ମେଗା ଟିକାକରଣ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଟିକାକରଣ ଆରମ୍ଭ ହୋଇଛି । ସକାଳ ୯ଟାରୁ ଚାଲିଛି ଟିକାଦାନ । ଏଥିପାଇଁ ସକାଳ ୮ଟାରୁ ଟୋକନ୍ ଦିଆଯାଇଛି ।

ପାଖାପାଖି ୬ଶହ ଜଣଙ୍କୁ ଟୋକନ୍ ପ୍ରଦାନ କରାଯିବ । ପ୍ରଥମ ଡୋଜ୍ ନେବାର ୪୨ ଦିନ ହୋଇଥିଲେ ପରିଚୟପତ୍ର ଓ ଫୋନ୍ ନମ୍ବର ଦେବେ । ସେମାନଙ୍କୁ ଟୋକନ୍ ଦିଆଯାଇ ପଞ୍ଜିକରଣ କରାଯିବ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଟିକା ଦେବାକୁ ୮ଟି କାଉଣ୍ଟର କରାଯାଇଛି । ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର କାଉଣ୍ଟର । ସେହିପରି ସହରରେ ଥିବା ଅନ୍ୟାନ୍ୟ ଟିକାଦାନ କେନ୍ଦ୍ରରେ ସକାଳ ୮-୧୨ଟା ଓ ଅପରାହ୍ଣ୩-୬ଟା ଯାଏ ଜାରି ରହିବ ଟିକାକରଣ ।

Leave A Reply

Your email address will not be published.