Latest Odisha News

BREAKING NEWS

ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିବ । ଦଳ ସେଠାରେ ୫ ଟି୨୦ ଏବଂ ୩ ଦିନିକିଆ ମ୍ୟାଚ ଖେଳିବ । ଏଥିରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଏବଂ ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳିମାନେ ସାମିଲ ହେବେ ନାହିଁ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି । ଏହାର କାର୍ଯ୍ୟସୂଚୀ ସ୍ଥିର ହୋଇ ନ ଥିଲେ ମଧ୍ୟ ଟି୨୦ ବିଶ୍ୱକପ ପୂର୍ବରୁ ଏହା ଆୟୋଜନ କରିବା ପାଇଁ ଯୋଜନା ଚାଲିଛି ।

ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାରଳ ଦୀପକ ଚହର, ୟୁଜଭେନ୍ଦ୍ର ଚହଲଙ୍କ ପରି ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିଯିବ ।

Leave A Reply

Your email address will not be published.