Latest Odisha News

BREAKING NEWS

ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ବିଏମସିର ତାଲିକା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ସରକାର । ଏଥିରେ ସମସ୍ତ ବର୍ଗଙ୍କୁ ଟିକାକରଣରେ ସାମିଲ କରିବାକୁ ଜାରି ରହିଛି ଅଭିଯାନ । ହେଲେ ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ସ୍ବତନ୍ତ୍ର ପ୍ରୟାସ ଜାରି ରଖିଛି ବିଏମସି । ତାଲିକାଭୁକ୍ତ ହୋଇଥିବା ୮୩ ଜଣଙ୍କ ମଧ୍ୟରୁ ୧୯ ଜଣଙ୍କୁ ଦିଆଗଲାଣି କୋଭିସିଲ୍ଡ ଟିକା । ତେବେ ଦୁଇ ଦିନ ମଧ୍ୟରେ ଅନ୍ୟମାନେ ଟିକା ନେବେ ବୋଲି କହିଛି ବିଏମସି ।

ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଓ କଟକ ଗୋପାଳପୁରରେ ସିଏମସି କଲ୍ୟାଣ ମଣ୍ଡପରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ବରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ, ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିବା ଶିକ୍ଷାର୍ଥୀଙ୍କୁ କୋଭିସିଲ୍ଡ ଟିକା ଦିଆଯାଉଛି ।

ଆବେଦନ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ତୁରନ୍ତ ସହଯୋଗ କରିବାକୁ ଏକ ସ୍ବତନ୍ତ୍ର ଡେକ୍ସରେ ସେମାନଙ୍କ ତାଲିକା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି । ତେବେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଦିଆଯାଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.