Latest Odisha News

BREAKING NEWS

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ହରିୟାଣାରେ ପୁଣି ଲକଡାଉନ ଅବଧି ବଢ଼ାଇଛନ୍ତି ହରିୟାଣା ସରକାର । ସପ୍ତାହେ ପାଇଁ ଅର୍ଥାତ ଜୁନ ୨୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ କଟକଣା ବଢ଼ାଇଛନ୍ତି ହରିୟାଣା ସରକାର ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ଘରୋଇ ସଂସ୍ଥା । ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ସକାଳ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ସପିଂ ମଲ୍‌ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ, ହୋଟେଲ, ରେଷ୍ଟୁରାଣ୍ଟ ସକାଳ ୧୦ରୁ ରାତି ୧୦ଟା ଯାଏଁ ଖୋଲା ରହିବ । ସେହିପରି ୫୨ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲା ରହିବ ଜିମ୍ । ଗାଇଡଲାଇନ୍ ଅନୁଯାୟୀ କରୋନା କଟକଣା ମାନିବାକୁ କୁହାଯାଇଛି ।

ଲକଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଗତ ୨୪ ଘଣ୍ଟାରେ ହରିୟାଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.