Latest Odisha News

BREAKING NEWS

ଆଜି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଜାରି ରହିଛି । ପ୍ରତିଦିନ କିଛି କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ଆଜି ଓଡ଼ିଶାରେ ୯ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବୌଦ୍ଧ, ବରଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର । ଗତକାଲି ୧୫ ଜିଲ୍ଲାରେ ବନ୍ଦ ରହିଥିଲା । ଫଳରେ ଟିକା ନେବାକୁ ସେଣ୍ଟରକୁ ଆସି ନିରାଶ ହେଉଛନ୍ତି ଲୋକ ।

ଏବେ ରାଜ୍ୟରେ ୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ଟିକାର ଅଭାବ ଓ ଟିକାକରଣ ବନ୍ଦ ହେବାକୁ ନେଇ ଅସନ୍ତୋଷ ବି ଦେଖାଦେଉଛି । ତୁରନ୍ତ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଉଛନ୍ତି ରାଜ୍ୟ ସରକାର । ତଥାପି ଟିକା ଆସୁନାହିଁ ।

ଏବେ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ୧ ଲକ୍ଷ ୪ହଜାର ୭୦ଟି ଡୋଜ କୋଭିସିଲ୍ଡ ଟିକା ମହଜୁଦ ରହିଛି । ୩ ଲକ୍ଷ ୧୮୦ ଡୋଜ୍ କୋଭାକ୍ସିନ୍ ରହିଛି । ତେବେ ୧୮ ରୁ ୪୪ ବୟସ ବର୍ଗର ଲୋକଙ୍କ ପାଇଁ ଅଣାଯାଇଥିବା କୋଭାକ୍ସିନ ଟିକାରୁ ୧ ଲକ୍ଷ ୨୮ ହଜାର ୩୨୦ ଡୋଜ୍ ବଳକା ରହିଛି ।

Leave A Reply

Your email address will not be published.