Latest Odisha News

BREAKING NEWS

ଅପରାଧୀଙ୍କୁ ଧରିବାକୁ ଯାଇ ଥାନା ଅଧିକାରୀ ଆହତ

ବାରିପଦା : ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ଥାନାରେ। ତେବେ ପାଞ୍ଚଦିନ ପୂର୍ବରୁ ଶ୍ୟାମାଖୁଣ୍ଟ ବ୍ଲକ ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ବିଲ୍ ନକରିଦେବାରୁ କିଛି ଠିକାଦାର ମାଡ଼ମାରିବା ସହ ଦୁର୍ବ୍ୟବହାର କରିଥିଲ । ଏହି ଘଟଣାକୁ ନେଇ ବିଡ଼ିଓ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅପରାଧୀଙ୍କୁ ଧରିବା ପାଇଁ ସଦର ଥାନା ଅଧିକରିଣୀଙ୍କ ସମେତ ଅନ୍ୟ କିଛି ପୋଲିସ କର୍ମଚାରୀ ଗାଡ଼ିରେ ଯାଉଥିଲେ । ଏହି ସମୟରେ ମାଙ୍କଡ଼ାପାଳ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାରେ ଥାନା ଅଧିକରିଣୀ ପ୍ରେମଦା ନାୟକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ପୋଲିସଙ୍କ ହାତ ଭାଙ୍ଗି ଯାଇଛି । ତେବେ ଦୁର୍ଘଟଣା ସ୍ଥଳରୁ କ୍ରେନ ଯୋଗେ ଗାଡିଟିକୁ ଅଣା ଯାଇଥିଲା।

Leave A Reply

Your email address will not be published.