Latest Odisha News

BREAKING NEWS

ଟିକା ଅଭାବ: ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ଜାରି ରହିଛି । ପ୍ରତିଦିନ କେଉଁଠି ନା କେଉଁଠି ବନ୍ଦ ହେଉଛି ଟିକାକରଣ । ଟିକା ଅଭାବରୁ ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର, ସୋନପୁରରେ ବନ୍ଦ ରହିଛି ଟିକାକରଣ । କୋଭିସିଲ୍ଡ ଟିକା ନଥିବାରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ ।

BjdElectrycity

ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ଆଜି ପରେ କାଲିଠୁ ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍ ପାଇଁ ବନ୍ଦ ରହିବ ଟିକାକରଣ । ସେହିପରି ୧୮ବର୍ଷରୁ ଅଧିକ ବର୍ଗଙ୍କୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଯେବେ ଟିକା ଆସିବ ସେବେଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.