Latest Odisha News

BREAKING NEWS

ବୟସ୍କ-ଦିବ୍ୟାଙ୍ଗଙ୍କୁ ଟିକାକରଣ ମାମଲା, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

କଟକ : ଜନସାଧାରଣଙ୍କୁ ନିଜ ଘର ନିକଟରେ ଏବଂ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଟିକାକରଣ ମାମଲା । ସେପ୍ଟେମ୍ବର ୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସେହିପରି ଗତ ୨ ତାରିଖରେ ରାଜ୍ୟରେ ଟିକାକରଣ ଓ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି ସତ୍ୟପାଠ । ତେବେ ଏହି ସତ୍ୟପାଠରେ ସବିଶେଷ ତଥ୍ୟ ନ ଥିବାରୁ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ଶୁଣାଣି ମଧ୍ୟ ସେପ୍ଟେମ୍ବର ୭କୁ ଧାର୍ଯ୍ୟ ହୋଇଛି ।

ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ଟିକାକରଣ ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ରାଜ୍ୟ ସରକାର ସେପ୍ଟେମ୍ବର ୭ ତାରିଖ ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟପଟେ ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦାଖଲ କରିଛନ୍ତି ଏକ ସତ୍ୟପାଠ । ନୟାଗଡ଼ ଜିଲ୍ଲା ସିଡିଏମଓଙ୍କ କୋଭିଡ ମୃତ୍ୟୁ ତଥ୍ୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟରେ ତାଳମେଳ ରହୁ ନଥିବା ଅଭିଯୋଗ ହୋଇଥିଲା । କୋଭିଡ ମୃତ୍ୟୁ ନେଇ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସାନି ସଦ୍ୟ ସତ୍ୟପାଠ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା ବେଳେ, ସେହି ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ । ସେଥିରେ ଆସିଥିବା ଅଭିଯୋଗ ଫର୍ଦ୍ଦକୁ ଅନ୍ୟ ମାମଲା ସହ ମିଶାଇ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ଼ ଟିକାକରଣ ସମ୍ପର୍କିତ ମାମଲା ରୁଜୁ କରିଛନ୍ତି ହାଇକୋର୍ଟର ଆଇନଜୀବୀ ସୋହନ ମିଶ୍ର ।

Leave A Reply

Your email address will not be published.