Latest Odisha News

BREAKING NEWS

ଜାନୁଆରୀ ୩ରୁ କିଶୋରଙ୍କ ଟିକାକରଣ ନେଇ ପ୍ରସ୍ତୁତି, ୧୫ରୁ ୧୮ ବର୍ଷର ପିଲା ନେବେ ଟିକା

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ସଂକ୍ରମଣ । ଏହାର ମୁକାବିଲା ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ହୋଇଛି । ଆସନ୍ତା ୩ତାରିଖରୁ କିଶୋର ବର୍ଗ ଟିକା ନେବେ । ରାଜ୍ୟରେ ୨୫ଲକ୍ଷ ୫୩ହଜାର କିଶୋର ଭ୍ୟାକସିନ ନେବେ ବୋଲି ସୂଚନା ରହିଛି । କେନ୍ଦ୍ରର ଗାଇଡ଼ଲାଇନ୍ ଅନୁସାରେ ୧୫ରୁ ୧୮ବର୍ଷ କିଶୋରଙ୍କୁ କୋଭାକ୍ସିନ ଟିକା ଦିଆଯିବ ।

ଭୁବନେଶ୍ୱର ମହାନଗର ନିଗମରେ ଲୋକଙ୍କ ସହଯୋଗରେ ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୨୭ଲକ୍ଷ ୪୦ହଜାର ୫୦୩ଡ଼ୋଜ୍ ଟିକା ଦିଆଯାଇଛି । ଆସନ୍ତା ୩ତାରିଖରୁ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ଏଥିପାଇଁ ବିଏମସି ପ୍ରସ୍ତୁତ ଥିବା ସୂଚନା ମିଳିଛି । ପ୍ରଥମ ଡ଼ୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ ।

ଏହି ବର୍ଗରେ ଅଧିକ ସଂଖ୍ୟକ ବ୍ୟକ୍ତି ଥିବା ଯୋଗୁଁ ଆବଶ୍ୟକ ସ୍ଥଳେ ଟିକା କେନ୍ଦ୍ର ଓ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ଲୋକଙ୍କ ସହଯୋଗ ରହିଲେ ଏହା ମଧ୍ୟ ସଫଳତା ହୋଇପାରିବ ବୋଲି ବିଏମସି କମିଶନର କହିଛନ୍ତି ।

Leave A Reply

Your email address will not be published.