Latest Odisha News

BREAKING NEWS

ଟିକାକରଣର ପ୍ରଥମ ଯୋଗାଣ ଆମ ପାଇଁ ଏକ ଐତିହାସିକ ମୂହୁର୍ତ୍ତ; ଆଦର ପୁନାୱାଲା

ପୁଣେ: କୋଭିଶିଲ୍ଡ ଟିକାକରଣର ପ୍ରଥମ ଯୋଗାଣକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ବର୍ଣ୍ଣନା କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଦେଶର ପ୍ରତ୍ୟେକ ମଣିଷକୁ ଏହି ଟିକା ଯୋଗାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। SII ର ସିଇଓ କହିଛନ୍ତି ଯେ ଘରୋଇ ବଜାରରେ ଟିକା ବିକ୍ରୟ ପାଇଁ ସରକାର ପକ୍ଷରୁ ଅନୁମତି ମିଳିନାହିଁ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ଅନେକ ଦେଶରୁ ଟିକା ପାଇଁ ଚିଠି ଆସିଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ମଙ୍ଗଳବାର କହିଛନ୍ତି, ‘ଭାରତ ସରକାରଙ୍କ ଅନୁରୋଧ କ୍ରମେ ଟିକାକରଣର ପ୍ରଥମ ୧୦ କୋଟି ଡୋଜ ପାଇଁ ଆମେ ୨୦୦ ଟଙ୍କା ରଖିଛୁ। ଏହାର କାରଣ ହେଉଛି ସାଧାରଣ ଜନତା, ଗରିବ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଏହି ସୁବିଧା ପାଇବାକୁ ଚାହୁଁଛନ୍ତି। ଏହା ପରେ ଆମେ ଏହାକୁ ଘରୋଇ ବଜାରରେ ୧୦୦୦ ଟଙ୍କାରେ ବିକ୍ରି କରିବୁ। ସେ ଆହୁରି କହିଛନ୍ତି, ‘ଏହା ଏକ ଐତିହାସିକ ମୁହୂର୍ତ୍ତ ଯେ ଆମ ଅନୁଷ୍ଠାନରୁ ଟିକା ପଠାଯାଉଛି, ତେବେ ଏହା ଆମ ପାଇଁ ଅତ୍ୟନ୍ତ ଖୁସିର ଦିନ। ମୁଖ୍ୟ ଲକ୍ଷ୍ୟ ହେଉଛି ଏହାକୁ ସମସ୍ତ ଦେଶରେ ପହଞ୍ଚାଇବା।

Leave A Reply

Your email address will not be published.