ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଅଭିଯାନ । ଆସନ୍ତା ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ୧୫-୧୮ ବର୍ଷ ବର୍ଗରେ କୋଭିଡ୍ ଟିକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ କୋ ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ । ୧୫-୧୮ ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା ଦେବାକୁ ଅପସନ୍ ରହିଛି । ଘରେ ବସି ସ୍ଲଟ୍ ବୁକିଂ କରିପାରିବେ ।
बच्चे सुरक्षित, तो देश का भविष्य सुरक्षित!
नववर्ष के अवसर पर आज से 15 से 18 वर्ष की आयु के बच्चों के #COVID19 टीकाकरण हेतु COWIN पोर्टल पर रेजिस्ट्रेशन शुरू किए जा रहें है।
मेरा परिजनों से आग्रह है की पात्र बच्चों के टीकाकरण हेतु उनका रेजिस्ट्रेशन करें। #SabkoVaccineMuftVaccine
— Dr Mansukh Mandaviya (@mansukhmandviya) January 1, 2022
୧୫ ବର୍ଷରୁ ୧୮ ବର୍ଷ ପିଲା ଟିକା ନେବାକୁ ଆଜିଠାରୁ କୋ ଓ୍ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବେ । ଯେଉଁମାନେ ୨୦୦୭ କିମ୍ବା ତାପୂର୍ବରୁ ଜନ୍ମଗ୍ରହଣ କରିଥିବା ସେମାନେ ଟିକା ନେବା ପାଇଁ ଯୋଗ୍ୟ । ଆଧାର କାର୍ଡ ଜରିଆରେ ପଞ୍ଜିକରଣ କରିପାରିବେ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନେ ଛାତ୍ର ପରିଚୟପତ୍ର ଦେଇ ରେଜିଷ୍ଟ୍ରେସନ୍ କରିପାରିବେ ।
ସରକାରୀ ଟିକାକରଣ କେନ୍ଦ୍ରରେ ପିଲାମାନଙ୍କୁ ମାଗଣା ଟିକା ଦିଆଯିବ । ବେସରକାରୀ ହସ୍ପିଟାଲରେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ । ୩ ତାରିଖରୁ ଟିକାକରଣ ନେଇ ଦେଶବ୍ୟାପୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ରେଜିଷ୍ଟ୍ରେସନ୍ ପାଇଁ କଣ କରିବେ ?
ପ୍ରଥମେ www.cowin.gov.in ଓ୍ୱେବସାଇଟ ଖୋଲିବେ
କୋ ଓ୍ୱିନରେ ପଞ୍ଜିକୃତ ହୋଇ ନଥିଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବେ
ସେଠାରେ ପିଲାଙ୍କ ନାଁ, ବୟସ ଭଳି ତଥ୍ୟ ଦେବେ
ରେଜିଷ୍ଟ୍ରେସନ୍ ସରିଲେ ମୋବାଇଲରେ କନଫରମେସନ୍ ମେସେଜ୍ ଆସିବ
ନିଜ ଅଞ୍ଚଳର ପିନ୍ କୋଡ୍ ଦେବେ
ଟିକାକରଣ କେନ୍ଦ୍ରର ପୂରା ତାଲିକା ଜାଣିପାରିବେ
ତାରିଖ ଓ ସମୟ ଅନୁସାରେ ଟିକାକରଣ ସ୍ଲଟ୍ ବୁକିଂ କରିବେ
Comments are closed.