Latest Odisha News

BREAKING NEWS

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି । ଅନ୍ୟପଟେ ଆତ୍ମ ବିବାହ କରିବା ପରେ ସେ ରହୁଥିବା ଭଡାଘରର ମାଲିକ ତାଙ୍କୁ ଘରୁ ମଧ୍ୟ ବାହାର କରିଦେଇଛନ୍ତି ।

ଏନେଇ କ୍ଷମା ବିନ୍ଦୁ କହିଛନ୍ତି କି, ସାମାଜିକ ଚାପ ପଡିବାରୁ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଏହାପରେ କ୍ଷମା ଘର ଖାଲି କରିବା ସହ ଚାକିରି ସହ ଭଦୋଦରା ସହର ଛାଡି ପଳାଇ ଯାଇଛନ୍ତି । ହେଲେ ସେ କେଉଁ ସହରରେ ରହୁଛନ୍ତି ତାହା କହିବାକୁ ସେ ରାଜି ହୋଇ ନାହାଁନ୍ତି ।

କ୍ଷମା ବିନ୍ଦୁ ଜୁନ ୧୧ ତାରିଖରେ ନିଜକୁ ନିଜେ ବିବାହ କରିଥିଲେ । ହେଲେ ଏହା ହିନ୍ଦୁ ଧର୍ମର ପ୍ରାବଧାନ ନୁହେଁ ବୋଲି କହି କିଛି ଲୋକ ଏହାର ବିରୋଧ କରିଥିଲେ । ହେଲେ କ୍ଷମା ବିନ୍ଦୁ କାହାରି କଥାକୁ ଖାତର ନକରି ନିଜ ନିଷ୍ପତ୍ତି ମୁତାବକ ବିନା ବରରେ ସାତଫେରା ନେଇଥିଲେ ।

କ୍ଷମା ବିନ୍ଦୁ ଭଦୋଦରାର ଏକ ମନ୍ଦିରରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଏହି ବାହାଘରରେ ବର କି ପଣ୍ଡିତ କେହି ନଥିଲେ ବି କ୍ଷମାଙ୍କ ପରିବାର ଲୋକ ଓ କିଛି ସାଙ୍ଗ ସାଥି ଉପସ୍ଥିତ ଥିଲେ । କୁହାଯାଉଛି କି ଦେଶରେ ଏଭଳି ଆତ୍ମ ବିବାହ କରିବାର ଏହା ପ୍ରଥମ ଘଟଣା ।

Leave A Reply

Your email address will not be published.