Latest Odisha News

BREAKING NEWS

ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ

ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ  ।

ଉମେଶ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ କାରବାର କରୁଥିବାବେଳେ ଅଭିଯୁକ୍ତ ୟୁସୁଫ ପଶୁ ଡାକ୍ତରଖାନାରେ କାମ କରୁଥିଲେ । ଏହି କାରଣରୁ ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଉଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପାରିବାରିକ ହୋଇଥିବାରୁ ଉମେଶଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ୟୁସୁଫ ।

ସେପଟେ ଅଭିଯୁକ୍ତ ୟୁସୁଫର ଆର୍ଥିକ ସ୍ଥିତି ସୁଦୃଢ ନଥିଲା । ଅଧିକାଂଶ ସମୟରେ ୟୁସୁଫକୁ ସାହାଯ୍ୟ କରୁଥିଲେ ଉମେଶ । ମିଳିଥିବା ସୂଚନା ଅନୁସାରେ ୟୁସୁଫଙ୍କ ଉପରେ କରଜ ଭାର ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିଲା । ଭଉଣୀ ବିବାହ ହେଉକି ପିଲାଙ୍କ ଆଡମିଶନ ସମୟରେ ଉମେଶଙ୍କ ସାହାଯ୍ୟ ନେଉଥିଲେ ୟୁସୁଫ  ।

Leave A Reply

Your email address will not be published.