Latest Odisha News

BREAKING NEWS

ଆଇପିଏଲରେ ଇତିହାସ ରଚିଲେ ବୈଭବ

ଜୟପୁର: ଆଇପିଏଲରେ ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ସର୍ବ କନିଷ୍ଠ ଖେଳାଳି ଭାବେ ଏହି ମେଗା ଲିଗରେ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ୩୬ତମ ମ୍ୟାଚରେ ବୈଭବ ମାତ୍ର ୧୪ ବର୍ଷ ୨୩ ଦିନ ବୟସରେ ମ୍ୟାଚ ଖେଳିଛନ୍ତି । ରାଜସ୍ଥାନ ୭ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରିଥିବାରୁ ଦଳରେ ବଡ ଧରଣର ପରିବର୍ତନ କରିବା ପାଇଁ ଦାବୀ ହେଉଥିଲା । ସଞ୍ଜୁ ସାମସନ ଆଘାତ ସମସ୍ୟା ଯୋଗୁ ଏହି ମ୍ୟାଚରେ ଖେଳି ନ ଥିବାରୁ ଓପନର ବୈଭବଙ୍କୁ ସୁଯୋଗ ପ୍ରଦାନ କରାଯାଇଛି ।

ଏହି ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜ୍ୟାଂଟସ ଆଇଡେନ ମାର୍କରାମଙ୍କ ୬୬ ଓ ଆୟୂଷ ବଦାନୀଙ୍କ ୫୦ ରନ ସହାୟତାରେ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୮୦ ରନ ସଂଗ୍ରହ କରିଛି । ସନ୍ଦୀପ ଶର୍ମା ପକାଉଥିବା ଶେଷ ଓଭରରେ ଅବଦୁଲ ସମଦ ୨୭ ରନ ସଂଗ୍ରହ କରିଥିଲେ । ସେ ୧୦ ବଲରେ ୩୦ ରନ କରି ଅପରାଜିତ ରହିଥିଲେ । ୱାନିନ୍ଦୁ ହସରଙ୍ଗା ୨ଟି ୱିକେଟ ନେଇଥିଲେ ।

Comments are closed.