Latest Odisha News

BREAKING NEWS

ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ

ଭୁବନେଶ୍ବର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୦ଏପ୍ରିଲରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଆଇଏଫଏଫ , ଓଡିଶା ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ମିଳିତ ସହଯୋଗରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ଏପ୍ରିଲ ମାସ ୨୦ ତାରିଖ ଠାରୁ ଆସନ୍ତା ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । କିନ୍ତୁ ଏବେ ଏଥିରେ ୧୫ଟିଦଳ ଅଂଶଗ୍ରହଣ କରିବେ ।

ସୂଚନାଥାଉକି,ଆଇଲିଗ୍ ଚମ୍ପିଆନ୍ ଚର୍ଚ୍ଚିଲ ବ୍ରଦର୍ସ ଓହରି ଯିବାପରେ ମୋହନବାଗାନ୍ ସୁପରଜିଆଣ୍ଟସ୍ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛି । ମୋହନବାଗାନ୍ ଆଇଏସଏଲ୍-2025 ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା ।

ଟୁର୍ଣ୍ଣାମେଣ୍ଟ ନକଆଉଟ୍ ଭିତ୍ତିରେ ଖେଳାଯିବ । ଏପଟେ କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ୪ର୍ଥ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

୨୦୧୮ ପ୍ରଥମ ସଂସ୍କରଣରେ ବେଙ୍ଗାଲୁରୁ ଏଫସି , ୨୦୧୯ରେ ଏଫସି ଗୋଆ, ୨୦୨୩ରେ ଓଡିଶା ଏଫସି, ୨୦୨୪ରେ ଇଷ୍ଟବେଙ୍ଗଲ ଏଫସି ଚମ୍ପଆନ ହୋଇଥିଲେ ।

Comments are closed.