Latest Odisha News

BREAKING NEWS

T20I Match: ଡେବ୍ୟୁ କଲେ ବିସ୍ମୟ ବାଳକ ବୈଭବ, ମାତ୍ର ୧୫ ବର୍ଷ ବୟସରେ.

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆଉ ଏହି ମ୍ୟାଚ୍ ରେ ଡେବ୍ୟୁ କରିଥିଲେ ବୈଭବ ସୂର୍ଯ୍ୟବଂଶୀ।

ଏହା ସହିତ ବୈଭବ ଇତିହାସ ପୃଷ୍ଠାରେ ନିଜ ନାମ ଲେଖିଛନ୍ତି। କାରଣ ସେ ଏବେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଛନ୍ତି।

ତିଲକ ବର୍ମାଙ୍କ ହାତରୁ ଡେବ୍ୟୁ କ୍ୟାପ୍ ପାଇବା ପରେ ସେ ଭାବପ୍ରବଣ ହୋଇପଡ଼ିଥିଲେ। କଠିନ ପରିଶ୍ରମ ପରେ ଶେଷରେ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା ଏବଂ ଆଜି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ହୋଇଛି।

ମାତ୍ର ୧୫ ବର୍ଷ ବୟସରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ବୈଭବ ସୂର୍ଯ୍ୟବଂଶୀ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏବଂ ମହିଳା କ୍ରିକେଟର ଶଫାଲି ବର୍ମାଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ।

 

Comments are closed.