ନୂଆଦିଲ୍ଲୀ:ନଭେମ୍ବର ୧୪ରୁ ରାଇଜିଂ ଷ୍ଟାର୍ସ ଏସିଆ କପ କ୍ରିକେଟ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଏ ଦଳର ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ ଦୋହାରେ ଖେଳାଯିବ । ଭାରତର ଏହି ଟିମ ଗ୍ରୁପ ବିରେ ଓମାନ, ୟୁଏଇ ଓ ପାକିସ୍ତାନ ସହ ରହିଛି । ତେଶ ଶର୍ମାଙ୍କ ନେତୃତ୍ୱରେ ଘୋଷିତ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି । ଏହି ଟୁର୍ଣ୍ଣାମେଂଟରେ ଯୁବ ଖେଳାଳି ପ୍ରଦର୍ଶନ ଉପରେ ଚୟନ କମିଟିଙ୍କ ନଜର ରହିବ । ଏହା ଆଗକୁ ସେମାନଙ୍କ ପାଇଁ ସିନିୟର ଦଳର ରାସ୍ତା ଖୋଲିବ ।
ଧଳା ବଲ କ୍ରିକେଟରେ ବୈଭବ ଖୁବ ଶୀଘ୍ର ଭାରତୀୟ ଦଳରେ ସ୍ଥ୍ାନ ପାଇବେ ବୋଲି ଆଶା କରାଯାଉଛି । ଆଇପିଏଲରେ ବୈଭବ ପ୍ରଭାବିତ କରିବା ପରେ ଏବେ ଆନ୍ତର୍ଜାତୀୟ ମୁକାବିଲାରେ କିପରି ଆଗକୁ ବଢ଼ିବେ ସେଥିପ୍ରତି ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି ।
ଭାରତୀୟ ଦଳ: ଜିତେଶ ଶର୍ମା(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ନେହାଲ ବଢ଼େରା, ପ୍ରିୟାଂଶ ଆର୍ଯ୍ୟ, ଆଶୁତୋଷ ଶର୍ମା, ନମନ ଧୀର, ସୂର୍ଯ୍ୟାଶ ଶେଡଗେ, ରମନଦୀପ ସିଂ, ଯୁଦ୍ଧବୀର ସିଂ, ୟଶ ଠାକୁର, ଗୁରଜନପ୍ରୀତ ସିଂ, ବିଜୟ କୁମାର ବୈଶ୍ୟ,ହର୍ଷ ଦୁବେ, ଅଭିଷେକ ପୋରେଲ ଓ ସୂୟଶ ଶର୍ମା ।
Comments are closed.