ନୂଆଦିଲ୍ଲୀ: ଏସିଆ କପ ରାଇଜିଂ ଷ୍ଟାର ଟୁର୍ଣ୍ଣାମେଂଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ ଭାରତ ସହଜରେ ୟୁଏଇକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ଟିମ ୨୯୭ ରନର ବିଶାଳ ସ୍କୋର କରିଥିଲା । ଟି୨୦ କ୍ରିକେଟ ଇତିହାସରେ ଏହା ୫ମ ଦ୍ରୁତ ଶତକ । ବୈଭବ ୩୨ ବଲରେ ଶତକ ହାସଲ କରିଥିଲେ । ସେ ଓଭରାଲ ୪୨ ବଲ ଖେଳି ୧୪୪ ରନ କରିଥିଲେ । ଏଥିରେ ୧୫ ଛକା ଓ ୧୧ ଚୌକା ସାମିଲ । ଏହା ପରେ ଜିତେଶ ଶର୍ମା ୩୨ ବଲରେ ୮୩ ରନ କରିଥିଲେ । ସେ ତାଙ୍କ ଇନିଂସରେ ୬ ଛକା ଓ ୮ ଚୌକା ମାରିଥିଲେ । ଟି୨୦ କ୍ରିକେଟରେ କେବଳ ନେପାଳ, ଜିମ୍ବାୱେ ଓ ଇଂଲଣ୍ଡ ୩୦୦ ସ୍କୋର ପାର କରିଛନ୍ତି ।
୨୯୮ ରନର ଲକ୍ଷ୍ୟକୁ ପିଛା କରି ୟୁଏଇ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ଟିମ ଏହି ମ୍ୟାଚରେ ବାଉଣ୍ଡ୍ରି ମାଧ୍ୟମରେ ୨୪୬ ରନ ସଂଗ୍ରହ କରିଥିଲେ । ଏହି ବିଜୟ ସହ ଭାରତ ଗ୍ରୁପ ଏରେ ଶୀର୍ଷ ସ୍ଥାନରେ ରହିଛି । ଏସିଆ କପ ରାଇଜିଂ ଷ୍ଟାର ଟୁର୍ଣ୍ଣାମେଂଟରେ ୮ଟି ଟିମ ଅଂଶଗ୍ରହଣ କରିଛନ୍ତି । ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଗ୍ରୁପ ବିରେ ରହିଛନ୍ତି ।
Comments are closed.