Latest Odisha News

BREAKING NEWS

ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ୱଲପୁର: ନବରାତ୍ରୀ ନେଇ ବିିଭନ୍ନ ଦେବୀ ପୀଠ ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟ ସ୍ଥାନ ଭଲି ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି ପଞ୍ଚମୀ ଅବସରରେ ମାଆ ବୈଷ୍ଣବୀ ରୂପରେ ଦର୍ଶନ ଦେଉଛନ୍ତି ।

ମାଆଙ୍କ ଏହି ରୂପକୁ ଅନ୍ୟଠି ବେଶ କୁହାଯାଉଥିବାବେଳେ ଏଠାରେ କିନ୍ତୁ ଏହାକୁ ଶୃଙ୍ଗାର ବେଶ କୁହାଯାଏ । ଆସନ୍ତାକାଲି ଉଭୟ ଷଷ୍ଠୀ ଓ ସପ୍ତମୀ ପାଳନ କରାଯିବ । ସେପଟେ ମାଆଙ୍କ ଦର୍ଶନ ପାଇଁ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.