Latest Odisha News

BREAKING NEWS

ବନ୍ଦ ହୋଇନି ପ୍ରୟାଗରାଜ ରେଳଷ୍ଟେସନ, ଗୁଜବରୁ ଦୂରେଇ ରୁହନ୍ତୁ: ରେଳ ମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଜନସମାଗମ ହୋଇଛି। ଭିଡ଼ ଏତେ ଅଧିକ ଥିଲା ଯେ ସାରା ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।

ଯାହା ଫଳରେ ପ୍ରୟାଗରାଜର ସଙ୍ଗମ ରେଳ ଷ୍ଟେସନକୁ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ବନ୍ଦ କରିଦିଆଯାଇଥିଲା। ଏସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ବୟାନ ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ ପ୍ରୟାଗରାଜରେ ମହାକୁମ୍ଭ ଅବସରରେ ୮ଟି ଷ୍ଟେସନରେ ରେଳ କାର୍ଯ୍ୟ ଠିକ୍ ଭାବରେ ଚାଲିଛି। ଏଥିପାଇଁ ରାଜ୍ୟ ପ୍ରଶାସନ ଏବଂ ମେଳା ପ୍ରଶାସନ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଗତକାଲି ପ୍ରୟାଗରାଜ ଜଙ୍କସନରୁ ୩୩୦ଟି ଟ୍ରେନ୍ ଛାଡିଥିଲା। କୌଣସି ସ୍ଥାନରେ ସମସ୍ୟା ହୋଇନାହିଁ। ତେବେ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।

ସେହିପରି ଜଣେ ରେଳ ଅଧିକାରୀ କହିଛନ୍ତି ଯେ ପ୍ରୟାଗରାଜ ଜଙ୍କସନ ହେଉଛି ମୁଖ୍ୟ ଷ୍ଟେସନ ଓ ମେଳା ଅଞ୍ଚଳ ନିକଟରେ ଥିବା ସଙ୍ଗମ ଏକ ଛୋଟ ଷ୍ଟେସନ। ଯେଉଁଠାରେ ଗୋଟିଏ ଦିନରେ କେବଳ ଦୁଇରୁ ତିନୋଟି ଟ୍ରେନ ଚଳାଚଳ କରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବଳ ଭିଡ଼ ସମୟରେ ଏହି ଷ୍ଟେସନକୁ ବନ୍ଦ କରିଦିଆଯାଏ। ଯାହାଫଳରେ ସଭିଏଁ ପ୍ରୟାଗରାଜ ଜଙ୍କସନକୁ ଯିବେ ବୋଲି। ତେବେ ଗତକାଲି ଏହି ଷ୍ଟେସନକୁ ବନ୍ଦ କରି ଦିଆଯାଇଥିବା କଥା ଏକ ନୂଆ ୱେବସାଇଟରେ ଦର୍ଶାଯାଇଥିଲା। ଲୋକମାନେ ଏହାକୁ ଓଲଟା ଭାବି ନେଇଥିଲେ।

Comments are closed.