Latest Odisha News

BREAKING NEWS

୫ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

ନୂଆଦିଲ୍ଲୀ: ପ୍ରାୟ ୫ ମାସ ପରେ ଜମ୍ମୁ ସ୍ଥିତ ମା ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲିଛି । ମହାମାରୀ କରୋନାର ବିସ୍ତାରକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୮ରୁ ଦର୍ଶନ ବନ୍ଦ କରାଯାଇଥିଲା ।

ମନ୍ଦିରରେ ପ୍ରବେଶ ନେଇ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ମଧ୍ୟରେ ୧୦୦ ଜଣ ଜମ୍ମୁ କାଶ୍ମୀର ବାହାରୁ ଏବଂ ୧୯୦୦ ଜଣ ଜମ୍ମୁ କାଶ୍ମୀର ଭିତରର ଲୋକ ରହିବେ ବୋଲି ସୂଚନା ମିଳିଛି ।

ମାତା ବୈଷ୍ଣୋ ଦେବୀ ମନ୍ଦିରର ଅଧିକାରୀଙ୍କ ସୂଚନାନୁଯାୟୀ କେବଳ ଅନଲାଇନ୍ ପଞ୍ଜିକରଣ ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ।

ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର ସୂଚନା ଦେଇ କହିଛନ୍ତି, ଜାମ୍ମୁ କାଶ୍ମୀର ରେଡ୍ ଜୋନ୍ ଜିଲ୍ଲା ଏବଂ ଭିନ୍ନ ଭିନ୍ନ ସ୍ଥାନରୁ ଆସିବାକୁ ଥିବା ଲୋକଙ୍କୁ ସାଥୀରେ ନିଜର କାରାନା ନେଗେଟିଭ୍ ରିପୋର୍ଟ ରଖିବାକୁ ପଡିବ ।

ଏହାଛଡା ମାସ୍କ ଓ ଫେସ୍ କଭର ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.