Latest Odisha News

BREAKING NEWS

ସଡକ-୨କୁ ୧କୋଟି ଲୋକ ଡିସଲାଇକ କଲେଣି, କେଆରକେ କହିଲେ ଭଟ୍ଟ ପରିବାରରୁ ଆଜାଦି ମିଳିଲା

ମୁମ୍ବାଇ: ସଡକ-୨ ଫିଲ୍ମର ଟ୍ରେଲରର ଡିସଲାଇକ ୧ କୋଟିରେ ପଂହଚିଲା । ଯାହାକି ଓଟିପି ପ୍ଲାଟଫର୍ମରେ ଏକ ନୈରାଶ୍ୟଜନକ ରେକର୍ଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପଛରେ ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତିଙ୍କ ସମ୍ପର୍କକୁ ଏକ ପ୍ରମୁଖ କାରଣ ଭାବେ ପ୍ରଶଂସକମାନେ ବିଚାର କରୁଛନ୍ତି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଏହି ଅବସରରେ କମଲଆର ଖାଁ ବିବାଦୀୟ ଟୁଇଟ କରିଛି ।

ସେ ଲେଖିଛନ୍ତି ଭଟ୍ଟ ପରିବାରକୁ ଅଶେଷ ଧନ୍ୟବାଦ । ଏଥର ତାଙ୍କ ପରିବାର ଆଉ କୌଣସି ଫିଲ୍ମ କରିବେ ନାହିଁ । କାରଣ କିଏ ବି ତାଙ୍କ ଫିଲ୍ମକୁ ୨ ଟଙ୍କାରେ ମଧ୍ୟ କିଣିବେ ନାହିଁ । ସୁଶାନ୍ତଙ୍କ ଯୋଗୁ ଭଟ୍ଟ ପରିବାର ଫିଲ୍ମରୁ ଏଥର ଆମକୁ ଆଜାଦୀ ମିଳିଲା ବୋଲି କେଆରକେ ଟୁଇଟ କରିଛନ୍ତି ।

Leave A Reply

Your email address will not be published.