Latest Odisha News

BREAKING NEWS

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ‘କାଳିଆ ସ୍କଲାରସିପ୍’ ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ ଜାନୁଆରି ୩୧ ଥିବା ବେଳେ ଏହାକୁ ଫେବ୍ରୁଆରି ୮ କୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀଙ୍କ ଅନୁରୋଧ ପାଇବା ପରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏହି ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲା।

ଜାନୁଆରି ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନା ପାଇଁ ଅନଲାଇନ ରେଜିଷ୍ଟ୍ରେସନ୍ ରେ ରାଜ୍ୟ ତଥା ରାଜ୍ୟ ବାହାରେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି।

ସରକାର ଗାଇଡଲାଇନରେ ସଂଶୋଧନ କରି ଏହି ଯୋଜନାରେ ଅଧିକ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଇଞ୍ଜିନିୟରିଂ, ମେଡିକାଲ, କୃଷି ଓ ଆନୁଷଙ୍ଗିକ ବିଷୟ, ନର୍ସିଂ, ଡିପ୍ଲୋମା, ଆଇଟିଆଇ ଟ୍ରେଡ, ବିବିଏ, ବିସିଏ, ଏମବିଏ ଓ ଏମସିଏ ପାଠ୍ୟକ୍ରମ ରହିଛି।

ଆଇଆଇଟି, ଏନଆଇଟି, ଏମ୍ସ, ଆଇଆଇଏମ, ଆଇସିଏଆର, ଆଇଏଆରଆଇ, ଆଇଆଇଏସଇଆର, ଏନଆଇଏସଇଆର, ଆଇଭିଆରଆଇ, ସିଫେ ଏବଂ ଏନଡିଆରଆଇ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ନାମ ଲେଖାଇଲେ ଛାତ୍ରଛାତ୍ରୀମାନେ ଏହି ସ୍କଲାରସିପ୍ ପାଇପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୨ ବର୍ଷ ଏବଂ ପିଏଚଡି ପାଠ୍ୟକ୍ରମ ପାଇଁ ୪ ବର୍ଷ ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ପିଏଚଡି ପାଠ୍ୟକ୍ରମ ଯୋଗ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମ ସହ ଜଡିତ ହେବା ଉଚିତ ଏବଂ ଏହା ରାଜ୍ୟ ଭିତରେ ଥିବା ସରକାରୀ ଅନୁଷ୍ଠାନଦ୍ୱାରା ପ୍ରଦାନ କରାଯିବା ଉଚିତ ବୋଲି ପୂର୍ବରୁ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.