Latest Odisha News

BREAKING NEWS

ନୟାଗଡରେ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା

ନୟାଗଡ : ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶବ୍ୟାପୀ ଅସ୍ଥିକଳସ ଶୋଭାଯାତ୍ରା ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ନୟାଗଡରେ ମଧ୍ୟ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବାଜପେୟୀଙ୍କ ଚିତାଭସ୍ମକୁ ଆଜି ମହାନଦୀର ଉପକୂଳବର୍ତ୍ତି ଅଞ୍ଚଳ ନୟାଗଡ ଜିଲ୍ଲାର ଗଣିଆ ନିକଟସ୍ଥ ରାଉତପଡା ମହାନଦୀ ଘାଟରେ ବିସର୍ଜନ କରାଯାଇଛି । ଏହି ଅସ୍ଥିକଳସ ଶୋଭାଯାତ୍ରା ବାହାରି ପ୍ରଥମେ ରଣପୁର ଓ ପରେ ନୟାଗଡରେ ପହଞ୍ଚିଥିଲା । ପରବର୍ତ୍ତି ସମୟରେ ଖଣ୍ଡପଡା, ଭାପୁର ଓ କଣ୍ଟିଲୋ ଦେଇ ଗଣିଆରେ ପହଞ୍ଚିଥିଲା ।

ଖଣ୍ଡପଡାରେ ଅନୁଷ୍ଠିତ ଅସ୍ଥିକଳସ ଶୋଭାଯାତ୍ରାରେ କର୍ମୀମାନେ ବାଇକରେ ବାହାରି ବିଭିନ୍ନ ଅଞ୍ଚଳ ବୁଲିଥିଲେ । ଏହି ଶୋଭାଯାତ୍ରାରେ ମଧ୍ୟ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ବଜାର ପରିକ୍ରମା କରିଥିଲେ ।

ଏହି ଅସ୍ଥିକଳସ ଶୋଭାଯାତ୍ରାରେ ନୟାଗଡ ଜିଲ୍ଲା ବିଜେପି ମହିଳା ନାରୀନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସମେତ ବିଜେପି ନେତା ତଥା ଖଣ୍ଡପଡାର ପୂର୍ବତନ ବିଧାୟକ ସିର୍ଦ୍ଧାଥ ଶେଖର ସିଂହ, ବିଜେପି ନେତା ଲାଲା ମନୋଜ ରାୟ ଓ ଜିଲ୍ଲା ବିଜେପି ସଭାପତି ସନ୍ୟାସୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.