Latest Odisha News

BREAKING NEWS

ଚକଲେଟ ଡେ’: ଏହିପରି ନିଜ ପାର୍ଟନରଙ୍କୁ କରନ୍ତୁ ଇମ୍ପ୍ରେସ

ଭୁବନେଶ୍ୱର: ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି ।

ଭାଲେଣ୍ଟାଇନ୍ ୱିକ୍ କୁ ନେଇ ପ୍ରେମୀଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଗତକାଲି ପ୍ରପୋଜ ଡେ’ ରେ ନିଜ ମନର ମଣିଷକୁ ପ୍ରେମ ନିବେଦନ କରିସାରିବା ପରେ ଏବେ ସମୟ ଆସିଯାଇଛି ପ୍ରେମରେ ମିଠାପଣକୁ ଆଣିବା ।

ସେଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ଚକଲେଟ୍ ଉପଲବ୍ଧ ଅଛି ।

ତେବେ କେଉଁଭଳି ଚକଲେଟ ଦେଇ ନିଜ ସାଥୀଙ୍କୁ ଇମ୍ପ୍ରେସ କରିବେ ଜାଣନ୍ତୁ…

ଡାର୍କ ଚକଲେଟ୍:

ଝିଅ ହେଉ କି ପୁଅ ପ୍ରାୟ ସମସ୍ତେ ସର୍ବଦା ନିଜ ଶରୀରର ଓଜନକୁ ନେଇ ଚିନ୍ତିତ ଥାନ୍ତି । ସେଥିପାଇଁ ଆପଣ ଆପଣଙ୍କ ସାଥୀଙ୍କୁ ଡାର୍କ ଚକଲେଟି ଦେଇପାରିବେ । କାରଣ ଡାର୍କ ଚକଲେଟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ ।

ନଟ୍ସ ଚକଲେଟ:

ଆପଣ ଆପଣଙ୍କ ସାଥୀଙ୍କୁ ନଟ୍ସ ଚକଲେଟ୍ ଦେଇପାରିବେ, ଯେପରି ଚକଲେଟରେ ବାଦାମ, କାଜୁ ଆଦି ପଡିଥିବ । ଏହା ଖୁବ୍ ସ୍ୱାଦିଷ୍ଟ ହୋଇଥାଏ ।

ହ୍ୱାଇଟ୍ ଚକଲେଟ୍:

ହ୍ୱାଇଟ୍ ଚକଲେଟ୍ ମାନେ ମିଲ୍କ ଚକଲେଟରେ କ୍ୟାଲସିୟମ ଥାଏ । ସେଥିପାଇଁ ଅଧିକାଂଶ ଲୋକ ଏହି ଚକଲେଟ୍ ଖାଇବାକୁ ପସନ୍ଦ କରନ୍ତି । ଯାହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଚକଲେଟ୍ କ୍ରେଭିଙ୍ଗ ବି ଦୂର ହୋଇଥାଏ ।

Leave A Reply

Your email address will not be published.