Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ; ୭ ଆହତ

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ଏକ ବୋଲେରୋ ରାସ୍ତା କଡରେ ଛିଡା ହୋଇଥିବା ଅନ୍ୟଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ମାନେ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍ ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସ୍ଥାନୀୟ ପାଟଣାଗଡ ଅଞ୍ଚଳରୁ ପ୍ରାୟ ୧୫ ଜଣ ମହିଳା ଓ ପୁରୁଷ ବୋଲେରୋରେ ପୁରୀ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଗାଡିର ଭାରସାମ୍ୟ ହରାଇ ରାସ୍ଥା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ହୋଇଥିଲା ।

ପରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ନିଆ ଯାଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.