Latest Odisha News

BREAKING NEWS

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି ।

ଏହି ପ୍ରେମ ସପ୍ତାହର ଆଜି ହେଉଛି ୬ଷ୍ଠ ଦିବସ । ପ୍ରେମୀ ମାନେ ଏହାକୁ ହଗ୍ ଡେ’ ଭାବରେ ପାଳନ କରନ୍ତି ।

ପ୍ରେମର ପରିଭାଷା ନିଆରା ଓ ତାକୁ ପରିପ୍ରକାଶ କରିବାର ଅନ୍ଦାଜ ସମସ୍ତଙ୍କର ଭିନ୍ନ ଭିନ୍ନ ରହିଥାଏ । କାହାକୁ ଆଲିଙ୍ଗନ କରି ତାଙ୍କ ପ୍ରତି ଥିବା ଭଲପାଇବାକୁ ପରିପ୍ରକାଶ କରିବା ସବୁଠାରୁ ଗଭୀର ଓ ଭାବନାତ୍ମକ ସମ୍ପର୍କ ହୋଇଥାଏ ପ୍ରେମୀ ଯୁଗଳଙ୍କ ମଧ୍ୟରେ।

ସେଥିପାଇଁ ତ ଆଲିଙ୍ଗନ କରିବା ଭଲପାଇବାର ଏକ ତରିକା ଓ ଏଥିରେ ନିବିଡ଼ତା ବଢିଥାଏ । ୧୨ଫେବୃଆରୀ ମାନେ ହଗ ଡେ’ ନିଜର ଭାଲେଣ୍ଟାଇନ୍‌କୁ ଆଲିଙ୍ଗନ କରି ତାଙ୍କ ଜୀବନକୁ ପ୍ରେମରେ ଭରି ଦିଅନ୍ତୁ। ଦୁଃଖ ହେଉ ଅବା ସୁଖ, ସଫଳତା ହେଉ ଅବା ବିଫଳତା ଆମେ ଆମର ସବୁ ଇମୋଶନ୍‌କୁ ପରିପ୍ରକାଶ କରିବା ପାଇଁ ଆଲିଙ୍ଗନର ସାହାର ନେଇଥାଉ ।

କେହି ନିଜର ଯେତେବେଳେ ପ୍ରେମର ସହ ଆଲିଙ୍ଗନ କରିଥାଏ ସେତେବେଳେ ମନୁଷ୍ୟର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଏଭଳି ଯାଦୁ ରହିଥାଏ ଆଲିଙ୍ଗନରେ ।

Comments are closed.