Latest Odisha News

BREAKING NEWS

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି ।

ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି। ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ।

ପ୍ରେମରେ ଏହି ପ୍ରତିଶ୍ରୁତି ଟିକକ ହିଁ ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ।

ଆଗମୀ ଦିନଗୁଡିକରେ ପରସ୍ପର ହାତ ଧରି ଏକାଠି ବାଟ ଚାଲିବାର ଦୃଢ଼ ପ୍ରତିଶ୍ରୁତି ନେଇ ଆଗକୁ ବଢ଼ି ଚାଲିଥାନ୍ତି ପ୍ରେମୀଯୁଗଳ। କୌଣସି ପରିସ୍ଥିତିରେ କେହି କାହା ହାତ ନ ଛାଡ଼ିବା ପାଇଁ କରିଥାନ୍ତି ପ୍ରତିଜ୍ଞା।

ପ୍ରେମୀଙ୍କ ପାଇଁ କିଛି ଟିପ୍ସ..

-ପ୍ରତ୍ୟେକ ସମୟରେ ନିଜ ସାଥୀଙ୍କ ସାଥ୍‌ ଦେବା ପାଇଁ ଶପଥ କରନ୍ତୁ।

-ଯେତେ ସମସ୍ୟା ଆସିଲେ ମଧ୍ୟ ନିଜ ପାର୍ଟନରଙ୍କୁ ସର୍ବଦା ସତ କହିବା ପାଇଁ ଶପଥ କରନ୍ତୁ।

-ନିଜ ପାର୍ଟନରଙ୍କୁ ସମୟ ଦେବା ପାଇଁ ପ୍ରମିଜ୍‌ ଡେ’ରେ ଶପଥ କରନ୍ତୁ।

– ପାର୍ଟନରଙ୍କ ଖୁସିର ଧ୍ୟାନ ରଖିବାକୁ ଶପଥ କରନ୍ତୁ ।

Leave A Reply

Your email address will not be published.