Latest Odisha News

କିସ୍ ଡେ’: ପ୍ରେମରେ ନିବିଡତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ଭାଲେଣ୍ଟାଇନ୍ ଦିବସର ସପ୍ତମ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ । ତେଣୁ ଏହି କିସ୍ ଡେ’ ବା ଚୁମ୍ବନ ଦିବସକୁ ପ୍ରେମୀ ଯୁଗଳ ଟିକେ ହଟ୍‌କେ ଭାବେ ପାଳନ କରିଥାନ୍ତି । କାରଣ ନିଜର ଭାବକୁ ପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଏହି ଚୁମ୍ବନ ।

ଚୁମ୍ବନ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ, ଏହା ସମସ୍ତ ସମ୍ପର୍କକୁ ଅଧିକ ମଜ୍‌ଭୁତ୍‌ କରିଥାଏ । ସ୍ନେହ ଏବଂ ପ୍ରେମ ଦେଖାଇବାର ଏହା ଏକ ମାଧ୍ୟମ କହିଲେ ଚଳେ । ପରିବାର, ବନ୍ଧୁ କିମ୍ବା ପ୍ରେମୀ ହୁଅନ୍ତୁ ସମସ୍ତଙ୍କୁ ଚୁମ୍ବନ ଦେଇ ପ୍ରେମକୁ ପରିପ୍ରକାଶ କରିପାରିବେ ।

ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଯେତେବେଳେ ଜଣେ ଚୁମ୍ବନ କରିଥାଏ, ସେତେବେଳେ ମସ୍ତିଷ୍କରୁ ଅକ୍ସିଟୋସିନ୍, ଡୋପାମାଇନ୍, ଏବଂ ସେରୋଟୋନିନ୍ ପରି ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ । ଯାହା ଖୁସି ଦ୍ବିଗୁଣିତ ହୋଇଥାଏ । ହାପି ହରମୋନର ଏହି ମିଶ୍ରଣ ମନୋବଳ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଚୁମ୍ବନ କର୍ଟିସୋଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ସୁସ୍ଥତାର ଭାବନାକୁ ବୃଦ୍ଧି କରିବା ସହ ଚାପ ଏବଂ ଅବସାଦକୁ ଦୂର କରିଥାଏ ।

ତେବେ କେତେ ପ୍ରକାର ଚୁମ୍ବନ ରହିଛି ଆସନ୍ତୁ ଜାଣିବା..

ମଥା ଚୁମ୍ବନ: ସବୁଠୁ ମିଠା ଏବଂ ସ୍ନେହରେ ଦିଆଯାଉଥିବା ଚୁମ୍ବନ ହେଲା ମଥା ଚୁମ୍ବନ । କୌଣସି ସମ୍ପର୍କ ଆରମ୍ଭ ହେଉଥିଲେ ଆପଣ ନିଜ ସାଥୀଙ୍କ କପାଳରେ କିସ୍‌ କରି ପ୍ରେମର ପ୍ରଥମ ପାହାଚରେ ପାଦ ରଖିପାରିବେ । ସମ୍ମାନର ସହ ଏହି ଚୁମ୍ବନ ଦିଆଯାଇଥାଏ । କେବଳ ପ୍ରେମିକ-ପ୍ରେମିକାଙ୍କୁ ନୁହେଁ ବଡ଼ ଭାଇ-ସାନ ଭଉଣୀକୁ, ବାପା-ଝିଅଙ୍କୁ ମାଆ ତାର ଛୁଆକୁ ମଧ୍ୟ ଦେଇଥାନ୍ତି ।

ହାତ ଚୁମ୍ବନ: ଏହି ଚୁମ୍ବନ ମୁଖ୍ୟତଃ ପ୍ରେମିକ ତାର ପ୍ରେମିକା ହାତକୁ ଦେଇଥାଏ । ଏହା ପ୍ରେମୀ ଯୁଗଳଙ୍କ ପାଇଁ ବେଶ ରୋମାଣ୍ଟିକ ହୋଇଥାଏ । ଆପଣଙ୍କ ସାଥିର ପାପୁଲିର ପଛପଟେ ଶ୍ରଦ୍ଧାର ସହ କିସ୍‌ କରିବା ଖୁବ୍‌ ଖାସ୍‌ ହୋଇଥାଏ ।

ଲିପ୍‌ କିସ୍‌: ଏମିତି ଅନୁଭୂତି ନେବାକୁ ଚାହୁଁଥିଲେ ଆପଣ ନିଜ ସାଥୀଙ୍କ ଓଠର ଉପର କିମ୍ବା ନିମ୍ନ ଭାଗରେ କିସ୍‌ କରିପାରିବେ । ନିଜ ସାଥୀଙ୍କ ପ୍ରତି ଆପଣ କେତେ ଆକୃଷ୍ଟ ହୁଅନ୍ତି ତାହା ଏହି କିସ୍‌ରୁ ହିଁ ଜଣାପଡ଼ିଥାଏ । ହଜାର ଶବ୍ଦ ବ୍ୟବହାର କରି କିଛି ବୁଝେଇବା ଅପେକ୍ଷା ଗୋଟିଏ ଲିପ୍‌ କିସ୍ ନିଜ ଭିତରେ ଥିବା ସବୁ ଦ୍ୱନ୍ଦ୍ୱକୁ ଦୂର କରିଥାଏ । ଆଉ ଭଲପାଇବାକୁ ସୁଦୃଢ କରିଥାଏ ।

Comments are closed.