‘ପ୍ରେମ’ ଏହି ଶଦ୍ଦରେ ଭରି ରହିଛି ମିଠା ଆଭାସ । ପ୍ରେମ ଶାଶ୍ବତ ଓ ଚିରନ୍ତନ । ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଋତୁର ତୃତୀୟ ଦିନ ଅର୍ଥାତ୍ ଚକୋଲେଟ ଡେ । ଗତକାଲି ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠାସ ଭରିବେ ପ୍ରେମୀ ଯୁଗଳ । ପରସ୍ପରକୁ ଚକଲେଟ୍ ଖୁଆଇ ସମ୍ପର୍କରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ପ୍ରଥମ ଦୁଇ ଦିନ ଗୋଲାପ ଏବଂ ପ୍ରପୋଜ କରି ପ୍ରେମ ଜାହିର କରିଥିବା ବେଳେ ତୃତୀୟ ଦିନ ଚକୋଲେଟ ଦିଆନିଆ ହେବେ ପ୍ରେମୀ ଯୁଗଳ । ଚକୋଲେଟ ତରଳିଲା ପରି ହୃଦୟ ତରଳାଇବା ପାଇଁ ଚେଷ୍ଟା କରିବେ ।
ପ୍ରେମ ପ୍ରକାଶ କରିବା ପାଇଁ ଆଜି ହେଉଛି ପ୍ରେମ ସପ୍ତାହର ଚକୋଲେଟ ଡେ । ଆଜି ଚକୋଲେଟ ଦେଇ ପ୍ରେମ ନିବେଦନ କରିବେ ପ୍ରେମୀକ । କାରଣ ଝିଅଙ୍କ ପ୍ରଥମ ପସନ୍ଦ ହୋଇଥାଏ ଚକୋଲେଟ । ପ୍ରେମିକଟିଏ ପ୍ରେମିକାକୁ ଚକୋଲେଟ ଦେଇ ନିଜ ନିଜର ମନର କଥା କହିଥାଏ । ପ୍ରେମ ପ୍ରକାଶ କରିବା ପାଇଁ ଚକୋଲେଟ ଏକ ଉତ୍ତମ ମାଧ୍ୟମ ବୋଲି ବୈଜ୍ଞାନିକ ମତ ମଧ୍ୟ ରହିଛି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏଥିରେ ଥିଓବ୍ରୋମାଇନ୍ ଏବଂ କ୍ୟାଫେନ୍ ରହିଥିବାରୁ ଏହା ଖାଇବା ଦ୍ବାରା ମନୋବଳ ଦୃଢ ହୋଇଥାଏ । ଏହି ଦୁଇ ଉପାଦାନ ଦ୍ବାରା ମସ୍ତିଷ୍କରେ ଏଣ୍ଡୋରଫିନ୍ ନାମକ ହରମୋନ ସୃଷ୍ଟି ହୋଇଥାଏ । ଯାହାକୁ ଖୁସି ହରମୋନ ମଧ୍ୟ କୁହାଯାଇଥାଏ । ଏହି ହରମୋନ୍ ମନକୁ ଖୁସି ଏବଂ ଶାନ୍ତ କରିଥାଏ । ତେଣୁ ଚକୋଲେଟ ସ୍ୱାସ୍ଥ୍ୟ ଏବଂ ପ୍ରେମ ଜୀବନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।ଆଜି ଦିନରେ ଚକୋଲେଟ ଖୁଆଇ ଉଭୟ ପ୍ରେମୀ ଯୁଗଳ ହୃଦୟ କଥା କହିଥାଆନ୍ତି ।
ତେବେ ଆପଣ ଯଦି କାହାକୁ ମନେ ମନେ ପସନ୍ଦ କରୁଛନ୍ତି, ତେବେ ଆଜି ଚକୋଲେଟ ଦେଇ ନିଜର ମନ କଥା ସେହି ବନ୍ଧୁକୁ କୁହନ୍ତୁ । ଦେଖିବେ ଚକୋଲେଟ୍ ଭଳି ଆପଣଙ୍କ ଜୀବନ ମିଠା ହୋଇଯିବ ।
Comments are closed.