Latest Odisha News

BREAKING NEWS

ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପି ବୈଧ

ଭୁବନେଶ୍ୱର: ଶିକ୍ଷକ ଆଶାୟୀଙ୍କୁ ଆଶ୍ୱସ୍ତି । ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET) ପାସ୍ ସାର୍ଟିଫିକେଟର ବୈଧତା ବୃଦ୍ଧି କରିଛନ୍ତି । ପୂର୍ବରୁ ଓଟିଇଟି ପାସ୍ ସାର୍ଟିଫିକେଟର ବୈଧତା ୭ ବର୍ଷ ରହିଥିବା ବେଳେ ଏବେ ଜୀବନବ୍ୟାପି ବୈଧ ରହିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଥରେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯେବେ ବି ଶିକ୍ଷକ ନିଯୁକ୍ତି ବାହାରିବ ସେମାନେ ଆବେଦନ କରି ପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସଂଖ୍ୟାଧିକ ଶିକ୍ଷକ ଆଶାୟୀ ସୁଫଳ ପାଇବେ ।

Leave A Reply

Your email address will not be published.