Latest Odisha News

BREAKING NEWS

ଆସନ୍ତା ୧୮ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ !

ଭୁବନେଶ୍ୱର: ଓଡ଼ିଶାରେ କେବେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ପ୍ରଥମେ ମେ ୧୫ ତାରିଖରେ ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ ବୋଲି ସ୍ଥିର ହୋଇଥିବା ବେଳେ ପୁଣି ତାରିଖ ବଦଳିଛି ।

ପୂର୍ବତଟ ରେଲୱେ ପକ୍ଷରୁ ଜାରି ନୂଆ ସୂଚୀ ଅନୁସାରେ, ମେ ୧୮ ତାରିଖ ଗୁରୁବାର ଦିନ ୧୨ଟାରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ତେବେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିବେ ନା ପୁରୀ ଆସିବେ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ ।

ହାୱଡ଼ାରୁ ପୁରୀ ମଧ୍ୟରେ ରେଲୱେ ଏପ୍ରିଲ୍ ୨୮ରେ ବନ୍ଦେ ଭାରତର ଟ୍ରାଏଲ୍ ରନ କରିଥିଲା । ଏବେ ବନ୍ଦେ ଭାରତର ଶୁଭାରମ୍ଭ ପୁରୀରୁ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପି ନେତା କହିଥିଲେ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁରୀ ଆସି ପାରନ୍ତି ।

ସୂଚନା ଅନୁସାରେ, ବନ୍ଦେ ଭାରତ ଏକ୍ସପ୍ରେସ୍ ହାୱଡ଼ାରୁ ସକାଳ ୫ଟା ୫୦ରେ ଛାଡ଼ି ପୁରୀରେ ଦିନ ୧୧ଟା ୫୦ରେ ପହଞ୍ଚିବ । ସେହିଭଳି ପୁରୀରୁ ଦିନ ୨ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଛାଡ଼ିବାକୁ ଥିବା ବେଳେ ହାୱଡ଼ାରେ ସନ୍ଧ୍ୟା ୭ଟା ୩୦ରେ ପହଞ୍ଚିବ । ୫୦୦ କିମି ଦୂରତାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ସାଢ଼େ ୫ ଘଣ୍ଟାରେ ଅତିକ୍ରମ କରିବ ।

ହାୱଡ଼ାରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର ଓ ହଳଦିଆ ଷ୍ଟେସନରେ ରହଣି କରିପାରେ । ସେହିଭଳି ହାୱଡ଼ାରୁ ପୁରୀ ପାଇଁ ଭଡ଼ା ୧୫୯୦ ଟଙ୍କା ଚେୟାର କାର, ୨୮୧୫ ଟଙ୍କା ଏକଜୁକ୍ୟୁଟିଭ୍ କ୍ଲାସରେ କାଟରିଂ ସେବା ସହ ରହିବା ଆଶା କରାଯାଉଛି ।

Leave A Reply

Your email address will not be published.