Latest Odisha News

BREAKING NEWS

ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପିପିଲି: ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ କମର୍ଶ ଏବଂ ମେଣ୍ଟେନାନସ ଜେଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ୧୫ ଜଣ ଦୁର୍ବୃତ୍ତ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ କନିଷ୍ଠ ଝନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଏନେଇ ଥାନାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରି ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି ବିଦ୍ୟୁତ୍ କର୍ମଚାରୀ । ଉଚିତ୍ ପଦକ୍ଷେପ ନ ନେଲେ ସମ୍ପୂର୍ଣ୍ଣ ପିପିଲି ଅଞ୍ଚଳରେ ବିଦ୍ୟୁତ୍ କାଟ ଚେତାବନୀ ଦେଇଛନ୍ତି କର୍ମଚାରୀ ।

ମିଳିଥିବା ସୂଚନା ଅନୁସାରେ, ପିପିଲି ବିଦ୍ୟୁତ କାର୍ଯ୍ୟାଳୟ ଦୁଇ ନମ୍ବର ଦୁଇ ସେକ୍ସନରେ କନିଷ୍ଠ ଯନ୍ତ୍ରୀଙ୍କ ସହ କିଛି ଯୁବକଙ୍କ ବିଦ୍ୟୁତ ସଂଯୋଗ ନେଇ ବଚସା ହୋଇଥିଲା । ଏହାକୁ କେନ୍ଦ୍ର ସଂପୃକ୍ତ ଯୁବକମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.