ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନୂଆ ଭାରତ ବନ୍ଦେ ଏକ୍ସପ୍ରେସର ଘଣ୍ଟାପ୍ରତି ଗତି ହେଉଛି ୧୮୦ କିଲୋମିଟର । ପୂର୍ବରୁ ଏହା ୧୦୦ କିଲୋମିଟର ଥିଲା ।
आत्मनिर्भर भारत की रफ़्तार… #VandeBharat-2 at 180 kmph. pic.twitter.com/1tiHyEaAMj
— Ashwini Vaishnaw (@AshwiniVaishnaw) August 26, 2022
ବୁଲେଟ ଟ୍ରେନ ଶୂନରୁ ୧୦୦ କିଲୋମିଟର ଗତି ପାଇଁ ବୁଲେଟ ଟ୍ରେନକୁ ୫୪.୬ ସେକେଣ୍ଡ ଲାଗୁଥିଲା । ଏହା ବ୍ୟତୀତ ନୁତନ ଏହାର କୁଲର ସିଷ୍ଟମ ଏହି ଟ୍ରେନରେ ରହିଛି ଯାହା ଦ୍ବାରା କରୋନା ଭଳି କୈାଣସି ଭାଇରସକୁ ଏହା ସଂକ୍ରମଣ ହେବାରେ ରୋକିବ । କହିବାକୁ ଗଲେ ଭାରତର ଏହି ସେମି ହାଇ ସ୍ପିଡ୍ ଟ୍ରେନ୍ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଚାଲିବାକୁ ପ୍ରସ୍ତୁତ ହେଉଛି । ଏହି ଟ୍ରେନରେ ବୁଲେଟ ଟ୍ରେନ ଭଳି ସମସ୍ତ ଆରାମ ଦାୟକ ବ୍ୟବସ୍ଥା କରାଯାଇଛି ।
Comments are closed.