Latest Odisha News

BREAKING NEWS

ମାଛ ଜାଲରେ ଲାଗିଥିବା ଅଜଗର ସାପ ଉଦ୍ଧାର

ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ସାପ ଲାଗିଥିବା ଦେଖିବାକୁ ପାଇଥିଲେ ।

ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ ।

Leave A Reply

Your email address will not be published.