Latest Odisha News

BREAKING NEWS

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ

ପୁରୀ/ରାଉରକେଲା: ରାଜ୍ୟରେ ଗଡ଼ିବ୨ୟ ବନ୍ଦେ ଭାରତ । ଆଜିଠୁ ପୁରୀରୁ ରାଉରକେଲା ଯିବ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ୮ ଘଂଟାରୁ କମ୍ ସମୟ ଭିତରେ ପୁରୀରୁ ବାହାରି ରାଉରକେଲାରେ ପହଞ୍ଚିବ ଏହି ଟ୍ରେନ । ଏହାଦ୍ୱାରା ପୁରୀ-ରାଉରକେଲା ମଧ୍ୟରେ ୩ ଘଣ୍ଟାର ସମୟ ହ୍ରାସ ପାଇବ ।

ଏହି ଟ୍ରେନ ପ୍ରତିଦିନ ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ନ ୨.୧୦ରେ ବାହାରି ରାତି ୯.୪୦ରେ ପୁରୀରେ ପହଞ୍ଚିବ । ପୁରୀରୁ ରାଉରକେଲାରେ ପହଞ୍ଚିବା ପାଇଁ ୭ଘଣ୍ଟା ୪୫ ମିନିଟ ସମୟ ନେବ ଏହି ଟ୍ରେନ ।

ଏହା ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ୧୦ଟି ଷ୍ଟେସନରେ ରହିବ । ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ସୂଚନାଥାଉ କି, ରାଜ୍ୟରେ ପ୍ରଥମ ବନ୍ଦେଭାରତ ଏକ୍ସପ୍ରେସ ଗଡିଥିଲା ଚଳିତ ବର୍ଷ ମେ ମାସ ୧୮ ତାରିଖରେ  । ଏହା ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା । ଆଜି ପଧାନମନ୍ତ୍ରୀ ପୁରୀ-ରାଉରକେଲା ବନ୍ଦେ ଭାରତ ସମେତ ଦେଶର ଅନ୍ୟ ୮ଟି ବନ୍ଦେଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ।

Leave A Reply

Your email address will not be published.