Latest Odisha News

ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ହେଉନି

କଟକ: ପୁଣି ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଏଥର ଫ୍ୟାନଙ୍କ ଉଦ୍ଦେଶ୍ୟରେ କିଛି କଥା କହିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ ହୋଇଛି । ଏଥିରେ ନିଜ ପରିବାର ଓ ଫ୍ୟାନଙ୍କ ଉଦ୍ଦେଶ୍ୟରେ ମନର କଥା କହିଛନ୍ତି ଅନୁଭବ ।

ଅନୁଭବ ଭିଡିଓରେ କହୁଛନ୍ତି, ମୁଁ ଆପଣଙ୍କୁ କିଛି ବି ମିଛ କଥା କହିନାହିଁ । ମୃତ୍ୟୁ ଯାଏ ମୁଁ ଏମିତି କିଛିବି କାମ କରିବି ନାହିଁ, ଯେଉଁଥିପାଇଁ ଆପଣଙ୍କ ମୁଣ୍ଡ ମୋ ପାଇଁ ତଳକୁ ହୋଇଯିବ । ଆମେ ଏବେ ନିଜ ଘରେ ନୁହେଁ । ବରଂ ଭଡ଼ା ଘରେ ରହୁଛୁ । ବାପା ମାଆ, ଭାଇ, ଭାଇବୋହୂ, ଝିଆରୀଙ୍କ ସହ ରହୁଛି।

ଅନୁଭବ ଆହୁରି କହିଛନ୍ତି, ଆପଣମାନେ ସବୁ ଦୁଃଖକଷ୍ଟରୁ ଦୂରରେ ରୁହନ୍ତୁ । ସମସ୍ତଙ୍କୁ ଭଲ ପାଆନ୍ତୁ । ଶତ୍ରୁତା, ଘୃଣା ଏସବୁଠୁ ଦୂରରେ ରହି ପରିବାର ସହ ଏକାଠି ରୁହନ୍ତୁ । ନିଜ ବାପା ମାଆଙ୍କୁ ଭଲ ପାଇବାରେ କେବେବି ଉଣା କରିବେ ନାହିଁ । କାରଣ ସେମାନେ ଭଗବାନ ।

ସେ କହିଛନ୍ତି, ପିଲାବେଳୁ ସକାଳୁ ଉଠିପାରେ ନାହିଁ । ଭାରି କଷ୍ଟ ହୁଏ । ହେଲେ ଏବେ ରାତି ଦିନ ହେବା କଷ୍ଟକର ହୋଇପଡ଼ିଛି । ତଥାପି ମୁଁ ସକାଳୁ ଉଠୁଛି । କାମ କରିବାକୁ ଚେଷ୍ଟା କରୁଛି । ଏହା କେବଳ ଆପଣମାନଙ୍କ ପାଇଁ ସମ୍ଭବପର ହୋଇପାରିଛି ବୋଲି ଭିଡିଓରେ କହିଛନ୍ତି । ଏଥର ଭିଡିଓରେ ସେ ପରୋକ୍ଷ କି ପ୍ରତ୍ୟକ୍ଷ ଭାବରେ କେଉଁଠି ବର୍ଷାଙ୍କ ନାଁ କି ତାଙ୍କ ଆପେକ୍ଷ କଲା ଭଳି କିଛି କହି ନାହାନ୍ତି ।

Leave A Reply

Your email address will not be published.