Latest Odisha News

BREAKING NEWS

ଲର୍ଡସରେ ହଠାତ ବରୁଣ ଆରୋନଙ୍କୁ ମିଳିଲା ଖୁସି ଖବର

ଲଣ୍ଡନ: ଟିମ ଇଣ୍ଡିଆର ପୂର୍ବତନ ପେସ ବୋଲର ବରୁଣ ଆରୋନଙ୍କୁ ଲର୍ଡସରେ ମିିଳିଛି ଖୁସି ଖବର । ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ସେ ଭାଷ୍ୟକାର ଦାୟିିତ୍ୱ ତୁଲାଉଥିବା ବେଳେ ଆଇପିଏଲରୁ ଏକ ଖୁସି ଖବର ପାଇଛନ୍ତି । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି । ସନରାଇଜର୍ସ ଅଫିସିଆଲ ଏକ୍ସ ଆକାଂଉଟରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଆମେ ଆରୋନଙ୍କୁ ବୋଲିଂ କୋଚ ଭାବେ ସ୍ୱାଗତ କରୁଛୁ । ଆଇପିଏଲରେ ଆରୋନ ୬ଟି ଟିମ ପକ୍ଷରୁ ଖେଳି ସାରିଛନ୍ତି । ସେ କିଙ୍ଗସ ଇଲେଭନ ପଞ୍ଜାବ, ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟାନ୍ସ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ବୋଲର ଦାୟିିତ୍ୱ ତୁଲାଉଥିବା ବେଳେ ଏବେ ନୂଆ ଟିମର ବୋଲିଂ କୋଚ ହେବେ ।

ଆଇପିଏଲ କ୍ୟାରିୟରରେ ସେ ୫୨ ମ୍ୟାଚରେ ୪୪ ୱିକେଟ ନେଇଛନ୍ତି । ୨୦୧୧ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ । ୨୦୨୨ରେ ସେ ଶେଷ ଥର ଗୁଜରାଟ ପକ୍ଷରୁ ଖେଳିଥିଲେ । ବରୁଣ ଭାରତ ପକ୍ଷରୁ ୯ଟି ଟେଷ୍ଟ ଓ ୯ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ଦକ୍ଷତା ଥିବା ସତ୍ୱେ ବରୁଣଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବେଶୀ ସମୟ ତିଷ୍ଠି ପାରି ନ ଥିଲା ।

Comments are closed.