Latest Odisha News

BREAKING NEWS

ଟି୨୦ରେ ଭଲ ପ୍ରଦର୍ଶନ କରିବା ପରେ ପୁରସ୍କାର ପାଇଲେ ବରୁଣ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଲେଗ ସ୍ପିନର ବରୁଣ ଚକ୍ରବର୍ତି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ପାଇଁ ବିସିସିଆଇ ପକ୍ଷରୁ ତାଙ୍କୁ ପୁରସ୍କାର ମିଳିଛି । ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ ତାଙ୍କୁ ଟିମ ଇଣ୍ଡିଅ।।ରେ ସାମିଲ କରାଯାଇଛି । ବରୁଣ ଟି୨୦ ସିରିଜରେ ୯.୮୫ ଆଭରେଜରେ ୧୪ ୱିକେଟ ହାସଲ କରିଥିଲେ । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଜାନୁୟାରୀ ୬ରେ ନାଗପୁରରେ ପ୍ରଥମ ମ୍ୟାଚ ଖେଳିବ । ଏଥିପାଇଁ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଭାରତୀୟ ଦଳ ପଂହଚି ଅଭ୍ୟାସ ଆରମ୍ଭ କରିଛି ।

ନାଗପୁରରେ ବରୁଣ ତାଙ୍କ ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର ଆରମ୍ଭ କରିବା ସମ୍ଭାବନା ରହିଛି । ସେ ଘରୋଇ କ୍ରିକେଟରେ ୨୩ ଲିଷ୍ଟ ଏ ମ୍ୟାଚରେ ୪.୨୮ ଆଭରେଜରେ ୫୯ ୱିକେଟ ନେଇଛନ୍ତି ।
ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୂଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମୀ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତି ।

Comments are closed.