Latest Odisha News

BREAKING NEWS

ନୋ ଏଂଟ୍ରିର ସୀକ୍ୱେଲରୁ ଓହରି ଗଲେ କି ବରୁଣ !

ମୁମ୍ବାଇ: ନୋ ଏଂଟ୍ରିର ସୀକ୍ୱେଲ ପୂନର୍ବାର ଚର୍ଚ୍ଚାରେ ରହିଛି । ନିର୍ଦ୍ଦେଶକ ଅନୀସ ବଜମୀ ଓ ପ୍ରଡ୍ୟୁସର ବୋନୀ କାପୁର ଏହି ଫିଲ୍ମ ଘୋଷଣା ହେବା ପରଠାରୁ କୌଣସି ନା କୌଣସି କାରଣ ନେଇ ଚର୍ଚ୍ଚାରେ ରହୁଛି । ଅର୍ଜୁନ କାପୁର, ଦିଲଜିତ ଦୋସାଂଝା ଓ ବରୁଣ ଧାୱନ ନୋ ଏଂଟ୍ରି ୨ରେ ଅଭିନୟ କରିବେ ବୋଲି ଘୋଷଣା ହୋଇଥିଲା । ଦିଲଜିତଙ୍କ ପରେ ଏବେ ବରୁଣ ଧାୱନ ଏହି ଫିଲ୍ମରୁ ଓହରି ଯାଇଥିବା ଖବର ପ୍ରକାଶ ପାଇଛି । ଅବଶ୍ୟ ମେକର୍ସ କିମ୍ବା ବରୁଣଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ ।

୨୦୦୫ରେ ସଲମାନ ଖାଁ, ଅନୀଲ କାପୁର ଓ ଫରଦୀପ ଖାଁ ଅଭିନୀତ ଏହି କମେଡୀ ଡ୍ରାମା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଦୀର୍ଘ ଦିନ ପରେ ମେକର୍ସ ଏହାର ସୀକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ । ବାରମ୍ବାର କାଷ୍ଟ ପରିବର୍ତନ ଯୋଗୁ ଫିଲ୍ମ ଆରମ୍ଭ ହେବାରେ ବିଳମ୍ବ ହେଉଛି । ଯାହାକି ମେକର୍ସଙ୍କୁ ଚିନ୍ତାରେ ପକାଇଚି । ଟାଇମ୍ସ ନାଓରେ ପ୍ରକାଶିତ ଖବର ଅନୁସାରେ ଭେଡିୟା ୨ର ବ୍ୟସ୍ତବହୂଳ ଶୁଟିଂ ଯୋଗୁ ବରୁଣ ଏହି ଫିଲ୍ମ ଛାଡି ଦେଇଛନ୍ତି । ବରୁଣ ଏବେ ଭେଡିୟା ୨, ବର୍ଡର ୨ ଓ ଜୱାନୀ ତୋ ଇଶ୍କ ହୋନା ହୈ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Comments are closed.