ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଆଗାମୀ ଫିଲ୍ମ “ବର୍ଡର ୨” ରେ ମେଜର ହୋସିଆର ସିଂହ ଦହିଆ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମର ଟିଜର ଏବଂ ପ୍ରଥମ ଗୀତ “ଘର କବ ଆଓଗେ” ରିଲିଜ୍ ହେବା ପରଠାରୁ ଲୋକମାନେ ତାଙ୍କ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ୍ କରି ଚାଲିଛନ୍ତି।
ବରୁଣ “ହମ୍ପଟି ଶର୍ମା କି ଦୁଲହନିଆ” ଏବଂ “ଜୁଡୱା ୨ ଫିଲ୍ମରୁ ତାଙ୍କ ଭୂମିକାରୁ ବାହାରି ପାରୁ ନାହାଁନ୍ତି ବୋଲି ଅନେକ ଲୋକ ମତ ଦେଉଛନ୍ତି। ଏପରି ସମାଲୋଚନା ମଧ୍ୟରେ ଫିଲ୍ମର ପ୍ରଯୋଜକ ନିଧି ଦତ୍ତା ବରୁଣଙ୍କୁ ସମର୍ଥନ କରି ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏପରିକି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପଛାଇଛନ୍ତି। ଦେଶର ପ୍ରତିନିଧିତ୍ୱ କରୁଥିବା ଜଣେ ଅଭିନେତାଙ୍କୁ ଏପରି ସମାଲୋଚନା କରୁଥିବା ଲୋକମାନଙ୍କୁ ସେ ଦେଶଦ୍ରୋହୀ ବୋଲି କହିଥିଲେ। ଏହି ଫିଲ୍ମଟି ଭାରତର ଓ ମୁଁ ଆଶା କରୁଛି ଦର୍ଶକମାନେ ଏହାର ମହତ୍ତ୍ଵ ବୁଝିପାରିବେ।
ତେବେ ବରୁଣ ଧାୱନଙ୍କ ପାଇଁ ନକାରାତ୍ମକ ପିଆର ସୃଷ୍ଟି କରିବା ପାଇଁ ଓ ଫିଲ୍ମକୁ କ୍ଷତି ପହଞ୍ଚାଇବା ପାଇଁ ସୋସିଆଲ ମିଡିଆର କିଛି ପ୍ରଭାବଶାଳୀ ବ୍ୟକ୍ତି ମାନେ ଟଙ୍କା ପ୍ରଦାନ କରୁଥିବା ସେ କହିଛନ୍ତି। ଏସବୁର ସ୍କ୍ରିନସଟ ମଧ୍ୟ ସେ ଦେଖାଇଥିଲେ। ଏହି ଫିଲ୍ମଟି ଜାନୁଆରୀ ୨୩ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ଜଣାପଡ଼ିଛି।
ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ଟ୍ରେଲର ମୁକ୍ତିଲାଭ କରାଯାଇ ନାହିଁ। ଏଥିରେ ବରୁଣ ଧୱନ ଏବଂ ଦିଲଜିତ୍ ଦୋସାଞ୍ଜଙ୍କ ବ୍ୟତୀତ ସନି ଦେଓଲ, ଆହାନ୍ ସେଟ୍ଟି, ମୋନା ସିଂହ, ସୋନମ୍ ବାଜୱା, ମେଧା ରାଣା ଏବଂ ଅନ୍ୟା ସିଂହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।