Latest Odisha News

BREAKING NEWS

ବରୁଣ କ୍ୟାରିୟରର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ବବାଲ ଶୁଟିଂରେ ବ୍ୟସ୍ତ, ୭ ଏପ୍ରିଲରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ ବବାଲ ଶୁଟିଂରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ହୋଇ ପଡିଛନ୍ତି । ଏହା ତାଙ୍କ କ୍ୟାରିୟରର ଏ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୂଳ ଫିଲ୍ମ । ଏହି ଫିଲ୍ମ ଶୁଟିଂରେ ପ୍ରତିଦିନ ୨.୫ କୋଟି ଟଙ୍କା ବ୍ୟୟ ହେଉଛି । ଏହାର ୧୦ ଦିନର ଶିଡ୍ୟୁଲ ରହିଛି । ବବାଲର ମେକର୍ସ ଜର୍ମାନୀରୁ ଆକ୍ସନ ଡାଇରେକ୍ଟର ଆଣିଛନ୍ତି । ଫିଲ୍ମର ଶୁଟିଂ ପ୍ୟାରିସ, ବର୍ଲିନ, ପୋଲାଣ୍ଡ, ଆଷ୍ଟର୍ଡମ, କ୍ରାକୋ, ୱାରସ ସ୍ଥାନରେ ହୋଇଛି । ଏପ୍ରିଲ ୭ରେ ଏହି ଫିଲ୍ମ ରିଲିଜ ହେବ । ସାଜିଦ ନାଡିୟାଡୱାଲା ଏହାର ପ୍ରଡ୍ୟୁସର ଥିବା ବେଳେ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଆକ୍ସନ ପ୍ରେମ କାହାଣୀ ବୋଲି ନିତେଶ କହିଛନ୍ତି । ବରୁଣଙ୍କ ସହ ଜାହ୍ନବୀ କାପୁର ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

BjdElectrycity
Leave A Reply

Your email address will not be published.