Latest Odisha News

BREAKING NEWS

ଗୃହରେ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର: ଗୃହ ଆରମ୍ଭରୁ ହଟ୍ଟଗୋଳ । ପୁଣି ଥରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୂଲତବୀ ହୋଇଛି । କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ । ସେମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ହଙ୍ଗାମା କରିଥିଲେ। ଏହାଫଳରେ ପ୍ରଶ୍ନକାଳ ଚାଲି ପାରିଲାନି । ତାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.