ମୁମ୍ବାଇ: କିଛି ଦିନ ହେଲାଣି ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିବେ । ଏହି ବିବାହ ପାଇଁ ଉଭୟଙ୍କ ପରିବାର ସମେତ ବରୁଣ ଓ ଲାବନ୍ୟା ମଧ୍ୟ ଇଟାଲୀରେ ପହଞ୍ଚିିସାରିଥିବା ଜଣାଯାଇଛି ।
ସୁପରଷ୍ଟାର ରାମଚରଣଙ୍କ ପରିବାର ମଧ୍ୟ ଇଟାଲୀରେ ପହଞ୍ଚିବା ପରେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ରାମଚରଣଙ୍କ ପତ୍ନୀ ଉପାସନା ପରିବାର ସହିତ ଏକ ଫଟୋ ସେୟାର କରିବା ପରେ ପୂରା ପରିବାର ଧୁମଧାମରେ ବିବାହର ଆୟୋଜନ କରିବାକୁ ପ୍ରସ୍ତୁତ ହୋଇସାରିଥିବା ଦେଖାଯାଇଛି । ବିବାହ ବିଷୟରେ ସୂଚନା ନଦେଇ ଉପାସନା ଫଟୋ ସେୟାର କରି ତାଙ୍କ ପରିବାର ଛୁଟି କଟାଇବାକୁ ଇଟାଲୀ ଯାଇଥିବା ଲେଖିଛନ୍ତି । ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ । ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ ।
BREAKING NEWS
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
- ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇଦାରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ: ଦେଶୀ ବନ୍ଧୁକ, ବାଇକ୍ ଜବତ
- ବାହାର ଠିକାଦାରଙ୍କୁ କାମ କରିବା ମନା ..ଏହି ଜିଲ୍ଲା ଠିକାଦାର ସଂଘ ନେଲେ ନିଷ୍ପତ୍ତି
Comments are closed.